ସୋନିଆ ଗଠନ କଲେ ଟାସ୍କଫୋର୍ସ-୨୦୨୪ ଓ ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପ
ଜାଣନ୍ତୁ କାହିଁକି ?

ଅନ୍ତରୀଣ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସର ଆଭ୍ୟନ୍ତରୀଣ ସୁଧାର ଓ ଭାରତ ଯୋଡୋ ଯାତ୍ରା ଲାଗି ରାଜନୈତିକ ସମୂହ, ଟାସ୍କଫୋର୍ସ-୨୦୨୪ ଓ ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପ ଗଠନ କରିଛନ୍ତି। ନିକଟରେ ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ସିବିରରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି ସୁଧାର ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ସୋନିଆଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସ-୨୦୨୪ରେ ୮ ଜଣ ସଦସ୍ୟଙ୍କୁ ସାମିଲ କରିଛନ୍ତି। ସୋନିଆଙ୍କ ଗଠିତ ରାଜନୈତିକ ମାମଲା ସମୂହରେ ୮ ଜଣ ନେତା ସାମିଲ ହୋଇଛନ୍ତି। ଏହିନେତାମାନେ ହେଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଅମ୍ବିକା ସୋନୀ, ଦିଗବିଜୟ ସିଂହ, ଆନନ୍ଦ ଶର୍ମା, କେ.ସି. ବେଣୁଗୋପାଳ ଓ ଜିତେନ୍ଦ୍ର ସିଂହ ।
ସେହିପରି ଟାସ୍କଫୋର୍ସ-୨୦୨୪ର ୮ ନେତାଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ, ମୁକୁଲ ୱାସନିକ୍, ଜୟରାମ ରମେଶ, କେ.ସି.ବେଣୁଗୋପାଲ, ଅଜୟ ମାକନ, ପ୍ରିୟଙ୍କା ଭଦ୍ରା, ରଣଦୀପ ସିଂହ ସୂରଜେୱାଲା ଓ ନିର୍ବାଚନ ରଣନୀତିକାର ସୁନୀଲ କାନଗୋଲୁ ଆଦି ସାମିଲ ଅଛନ୍ତି। ସେହିପରି ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପରେ ଦିଗବିଜୟ ସିଂହ, ସଚ୍ଚିନ ପାଇଲଟ, ଶଶି ଥରୁରଙ୍କ ସମେତ ୯ ଜଣ ନେତାଙ୍କୁ ସାମିଲ କରାଯାଇଛି। ମିଡିଆ ରିପୋର୍ଟ ଅନୁସାରେ କଂଗ୍ରେସ ଉଦୟପୁର ଚିନ୍ତନ ଶିବିରରେ କରାଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ଲାଗି ମଙ୍ଗଳବାର ଦୁଇ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସହ ଏକ ଟାସ୍କଫୋର୍ସ ଗଠିତ ହୋଇଛି।