ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍
ଚାରି ଦିନର ଆଲୋଚନା ପରେ ମଙ୍ଗଳବାର ବିରୋଧୀ ଦଳ ସଦସ୍ୟଙ୍କ ପ୍ରତିବାଦ ମଧ୍ୟରେ ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ବାଚନିକ ଭୋଟରେ ଗୃହୀତ ହୋଇଛି ।
ଚାରି ଦିନର ଆଲୋଚନା ପରେ ମଙ୍ଗଳବାର ବିରୋଧୀ ଦଳ ସଦସ୍ୟଙ୍କ ପ୍ରତିବାଦ ମଧ୍ୟରେ ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ବାଚନିକ ଭୋଟରେ ଗୃହୀତ ହୋଇଛି ।
ଏହି ବିଲ୍ ଦ୍ୱାରା ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱୟଂଶାସନ କ୍ଷମତା ଛଡ଼ାଇ ନିଆଯାଉଥିବା ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରାଯିବାକୁ ବିରୋଧୀ ଦଳ ଗୁଡ଼ିକ ଦାବି କରି ଆସୁଥିଲେ । ତେଣୁ ବିଲକୁ ବିରୋଧ କରି ବିଜେପି ସଦସ୍ୟମାନେ ଗୃହରେ ଆଲୋଚନାରେ ଆଜି ଅଂଶ ଗ୍ରହଣ କରି ନାହନ୍ତି ।
ଅପରପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆଜିର ଦିନଟି ଅମାବାସ୍ୟାର ଦିନ । ଏହା ଏକ କଳା ଆଇନ ଏବଂ ଆଜି କଳା ଦିବସ ।ବିଧାନସଭାରେ ଆଜି ସମ୍ପୂର୍ଣ୍ଣ ହଟ୍ଟଗୋଳ ଚାଲିଥିଲା । ବାଚସ୍ପତି କ’ଣ କହୁଥିଲେ କାହାରିକୁ ଶୁଭାଯାଉନଥିଲା । ଏଭଳି ସ୍ଥିତିରେ ବିଲ୍ ଗୃହୀତ ହେବା ଦୁର୍ଭାଗ୍ୟଜନକ ।
ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଗୃହ ବାହାରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ଆଇନ ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ ନୁହେଁ । ବହୁ ରାଜ୍ୟରେ ଏହି ବ୍ୟବସ୍ଥା ରହିଛି । ପରିଚାଳନା ଓ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଏହି ନିଷ୍ପତ୍ତି ହୋଇଛି ।