Breaking PLUSଅପରାଧଆଇନ କାନୁନଭକ୍ତିମୁଖ୍ୟ ଖବରସେଲିବ୍ରିଟି
ବିବାହ ପରେ ବିବାଦ ଘେରରେ ନୟନତାରା

ବିବାହ ପରେ ବିବାଦ ଘେରରେ ସାଉଥ୍ ଅଭିନେତ୍ରୀ ନୟନତାରା। ପୋଲିସ ଦମ୍ପତି ନୟନତାରାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛି। ଖବରନୁଯାୟୀ, ନୟନତାରା ବିବାହ ପରେ ସ୍ୱାମୀ ବିଘ୍ନେଶଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ। ହେଲେ ମନ୍ଦିର ପରିସରରେ ନୟନତାରା ଜୋତା ପିନ୍ଧି ବୁଲିଥିବାରୁ ଏବେ ଏହାକୁ ନେଇ ବିବାଦ ଉପୁଜିଛି। ସୂଚନା ଅନୁଯାୟୀ ଜୁନ ୯ ତାରିଖରେ ନୟନତାରା ତାଙ୍କ ବୟଫ୍ରେଣ୍ଡ ବିଘ୍ନେଶଙ୍କୁ ବିବାହ କରିଥିଲେ। ସୂଚନାନୁଯାୟୀ, ନୟନତାରାଙ୍କୁ ମଡା ଷ୍ଟ୍ରିଟ୍ରେ ଜୋତା ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା। ଧାର୍ମିକ ଦୃଷ୍ଟିକୋଣରୁ ସେହି ସ୍ଥାନର ମହତ୍ତ୍ୱ ଅଧିକ ରହିଛି। ଏହା ସହ ମନ୍ଦିରରେ କ୍ୟାମେରା ପ୍ରବେଶ ଉପରେ ବାରଣ ଥିବା ବେଳେ ନବଦମ୍ପତି ନିଜ ସହ ଫଟୋଗ୍ରାଫରଙ୍କୁ ଆଣି ଆଉ ଏକ ନିୟମ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି।