ଅପରାଧଆଇନ କାନୁନଓଡ଼ିଶା

ଦିନ ଦ୍ବିପ୍ରହରରେ ଲୁଟେରାଙ୍କ ଆତଙ୍କରାଜ

ଫୁଲବାଣୀ:ଦିନ ଦ୍ବିପ୍ରହରରେ ଲୁଟେରାଙ୍କ ଆତଙ୍କରାଜ । ଫୁଲବାଣୀ ଟାଉନ ଥାନା ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏନେଇ ପୁଲିସର ତଦନ୍ତ ଆରମ୍ଭ ।

ପୁଲିସ ସୂଚନା ଅନୁଯାୟୀ, କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଏକ ବ୍ୟକ୍ତି ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବାଇକ୍ ଡିକିରେ ଟଙ୍କା ରଖି ଫୋନରେ କଥା ହେଉଥିଲେ। ଏହି ସମୟରେ ହଠାତ୍ ପୂର୍ବରୁ ଛପି ରହିଥିବା ୪ଜଣ ଲୁଟେରା ଡିକି ଖୋଲି ବ୍ୟାଗ ସହ ଟଙ୍କା ନେଇ ଚମ୍ପଟ ମାରିଥିଲେ।

 ଏ ନେଇ ଟାଉନ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଏତଲା ଦେଇଥିବାବେଳେ ପୁଲିସ ଏହାର ତଦନ୍ତ କରୁଛି ।

Show More

Related Articles

Back to top button