Breaking PLUSଓଡ଼ିଶାମୁଖ୍ୟ ଖବର
ବାଇକ୍କୁ ଧକ୍କା ଦେଲା ବୋଲେରୋ; ଜଣେ ମୃତ
ଚନ୍ଦାହାଣ୍ଡି ବ୍ଲକ ଦେଓବନ୍ଦ ନର୍ସରୀ ପାଖରେ ଏକ ବୋଲେର ସହିତ ଗୋଟିଏ ବାଇକର ଧକ୍କାହୋଇଛି।
ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଶିକ୍ଷକ ଅଶାନ୍ତ ପଟେଲଙ୍କ ମୃତ୍ୟୁ ହୋଇଛି। ଚନ୍ଦାହାଣ୍ଡି ବ୍ଲକ ଶିକ୍ଷା ବିଭାଗର ତିଳିମାଲ କ୍ଲଷ୍ଟରରେ ସେ ସିଆରସି ଭାବେ କାର୍ଯ୍ୟକରୁଥିଲେ।
କୌଣସି କାମରେ ସେ ଚାନ୍ଦାହାଣ୍ଡି ଯିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ଶିକ୍ଷକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।