ଓଡ଼ିଶାମୁଖ୍ୟ ଖବରରାଜନୀତି

ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ଗୁଲାମନବୀ

କଂଗ୍ରେସକୁ ଝଟକା ଉପରେ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇ ଆଜି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଗୁଲାମନବୀ ।

ଦଳର ସବୁ ପଦ ଛାଡ଼ିଥିବା ବେଳେ ଗୁଲାମନବୀ କିଛିଦିନ ପୂର୍ବରୁ ପ୍ରଚାର କମିଟିରୁ ଇସ୍ତଫା ଦେଇଥିଲେ । ତେବେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି ସେ ।

ଅନ୍ୟପଟେ ରାଜନୈତିକ ମହଲରେ ଗୁଲାମନବୀ ଖୁବଶୀଘ୍ର  ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Show More

Related Articles

Back to top button