ଆଫଗାନିସ୍ତାନରେ କରାଳ ରୂପ ଦେଖାଉଛି ବନ୍ୟା । ଏକମାସ ଧରି ମୌସୁମିଜନିତ ଳଗାଣ ବର୍ଷା ଯୋଗୁଁ ଆଫଗାନିସ୍ତାନରେ ବଡ ଧରଣର ବନ୍ୟା ସୃଷ୍ଠି ହୋଇଛି । ଫଳରେ ଏହି ଭୟଙ୍କର ବନ୍ୟାରେ ୧୮୨ ଜଣ ପ୍ରାଣ ହରାଇଥିବାବେଳେ ଅନେକ ନିଖୋଜ ଅଛନ୍ତି । ଏନେଇ ଜାତିସଂଘର ଓ ଶାସକ ତାଲିବାନ ପକ୍ଷରୁ ସୂଚନା ମିଳିଛି ।
ଜାତିସଂଘର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବନ୍ୟାରେ ୧୩ଟି ପ୍ରଦେଶରେ ୮,୨୦୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି।
ସେହିପରି ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, ହଠାତ ବନ୍ୟା କାରଣରୁ ୨୫୦ରୁ ଅଧିକ ଲୋକ ଆହତ ହୋଇଯାଇଛନ୍ତି। ୧୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଓ ସବୁଠାରୁ ଅଧିକ ମୃତ୍ୟୁ ୧୬ ଅଗଷ୍ଟରୁ ୨୧ ଅଗଷ୍ଟ ଭିତରେ ହୋଇଛି। ଏହି ୪ ଦିନରେ ହଠାତ ଆସିଥିବା ବନ୍ୟା ଯୋଗୁଁ ୬୩ ଜଣ ଲୋକଙ୍କର ଜୀବନ ଚାଲିଯାଇଥିଲା।
ନିକଟରେ ପୂର୍ବ ଲୋଗର ପ୍ରଦେଶରେ ଖୁସି ଜିଲାର ଗ୍ରାମବାସୀମାନେ କହିଛନ୍ତି, ବନ୍ୟା ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ବନ୍ୟା ଆସିଛି । ଏହାଫଳରେ ପଶୁ, ଘର ଓ କୃଷି ଭୂମିକୁ ନଷ୍ଟ କରିଦେଇଛି। ଲୋକମାନେ ନିଜର ଘରକୁ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି। ସମସ୍ତେ ପାହାଡ ଉପରେ ଯାଇ ଶରଣ ନେଉଛନ୍ତି।