
ବୁଲେଟ୍ ଟ୍ରେନର ରେକର୍ଡ ଭାଙ୍ଗିଲା ବନ୍ଦେ ଭାରତ ଏକ୍ସପ୍ରେସ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତର ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୫୨ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ବେଗ ହାସଲ କରି ରେକର୍ଡ ଭାଙ୍ଗିଛି । ଆଜି ବନ୍ଦେ ଭାରତ ଏକ୍ସପ୍ରେସ ତାର ତୃତୀୟ ପରୀକ୍ଷଣ ସମୟରେ ଏଭଳି ରେକର୍ଡ କରିଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ସୂଚନା ଅନୁଯାୟୀ,ବନ୍ଦେ ଭାରତ ଏକ୍ସପ୍ରେସର ତୃତୀୟ ପରୀକ୍ଷଣ ଗୁରୁବାର ଶେଷ ହୋଇଛି। ଏହି ପରୀକ୍ଷଣରେ ୦-୧୦୦ କିମି ଘଣ୍ଟା ପ୍ରତି ଗତିକୁ ମାତ୍ର ୫୨ ସେକେଣ୍ଟରେ ପୂରା କରିଥିଲା। ଏହି ଗତିକୁ ପୂରା କରିବାକୁ ବୁଲେଟ୍ ଟ୍ରେନ୍କୁ ୫୪ ସେକେଣ୍ଡ ଲାଗେ । ବୁଲେଟ୍ ଟ୍ରେନ୍ର ଘଣ୍ଟାପ୍ରତି ବେଗ ୧୮୦ କିଲୋମିଟର ଥିବା ବେଳେ ପୂରୁଣା ବନ୍ଦେ ଭାରତ ଏକ୍ସପ୍ରେସ ଘଣ୍ଟା ପ୍ରତି ୧୬୦ କିମି ଗତି କରୁଥିଲା । ସେହିପରି ଆରାମଦାୟକ ଯାତ୍ରା ପାଇଁ ଏହି ଟେନରେ ଅନେକ ଗୁଡ଼ିଏ ବିକଳ୍ପ ରହିଛି। ଗୁଣବତ୍ତା ଓ ସିଟ୍ଗୁଡ଼ିକରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ଏହା ବ୍ୟତୀତ ଫୋଟୋକାଟାଲାଇଟିକ୍ ଏୟାର ପ୍ୟୁରିଫାୟର୍ ସିଷ୍ଟମ ନୂତନ ବନ୍ଦେ ଭାରତ ଟ୍ରେନକୁ କରୋନା ସମେତ ସମସ୍ତ ବାୟୁ ଦ୍ବାରା ହେଉଥିବା ରୋଗରୁ ମୁକ୍ତ ରଖିବ ବୋଲି ସେ କହିଛନ୍ତି।
ସୂଚନାଥାଉକି, ଭାରତର ଏହି ସେମି ହାଇ ସ୍ପିଡ୍ ଟ୍ରେନ୍ ଆସନ୍ତା କିଛି ସପ୍ତାହ ମଧ୍ୟରେ ଅହମ୍ମଦାବାଦ-ମୁମ୍ବାଇ ମାର୍ଗରେ ଚାଲିବାକୁ ପ୍ରସ୍ତୁତ ଅଛି।