ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ନିଦ ହଜାଇ ଦେଲାଣି ନକଲି ମେଡିସିନ : ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ମୁଣ୍ଡ ବ୍ୟଥା କରୁଛି ନକଲି ମେଡିସିନ। ଦିନ ରାତି କରି କଟକ ଭୁବନେଶ୍ୱରର ବିଭିନ୍ନ ଔଷଧ ଦୋକାନରେ ଚଢ଼ଉ ଚାଲିଛି। ଶନିବାର ମଧ୍ୟ ଉଭୟ ସହରର ୬୦ ଔଷଧ ଦୋକାନରେ ଚଢ଼ଉ ହୋଇଛି। ନକଲି ମେଡ଼ିସିନ୍‍ର ଚେର ବିହାର, କର୍ଣ୍ଣାଟକ ଯାଏ ଲମ୍ବିଥିବାରୁ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିପାରେ ବୋଲି ସୂଚନା ମିଳିଛି। ଖୁବ୍ ଶୀଘ୍ର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଏସ୍‌ଟିଏଫ୍ ନିକଟରେ ଅଭିଯୋଗ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଏନେଇ କ୍ରାଇମ୍‍ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ଏସବୁ ପ୍ରତି ଶୂନ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ନକଲି ଔଷଧ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କିଛି ମାଫିଆମାନେ। ତେଣୁ ସରକାର ଏହାର ତଦନ୍ତ କ୍ରାଇମ୍‍ବ୍ରାଞ୍ଚକୁ ଦେଇ ପାରନ୍ତି। କ୍ରାଇମ୍‍ବ୍ରାଞ୍ଚକୁ ତଦନ୍ତର ଭାର ଦିଆଯିବା ପରେ ଏହାର ମୂଳ ପର୍ଯ୍ୟନ୍ତ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ରାଜଧାନୀରେ ୨୬ଟି ଦୋକାନରେ ଚଢ଼ଉ କରାଯାଇଛି। ଏହି ନକଲି ମେଡ଼ିସିନ୍‍ ବେଙ୍ଗାଲୁରୁ ଏବଂ ବିହାରରୁ ଆସୁଥିବା ଡ୍ରଗ୍ସ କଣ୍ଟ୍ରୋଲର ଜାଣିବାକୁ ପାଇଛନ୍ତି। ଏଥିସହ ଡ୍ରଗ୍ସ କଣ୍ଟ୍ରୋଲର ଏବଂ ଡ୍ରଗ୍ସ ଇନ୍ସପେକ୍ଟର ଜବତ ମେଡ଼ିସିନ୍‍କୁ ପରୀକ୍ଷା ନିମନ୍ତେ ଲାବ୍ରୋଟରୀକୁ ପଠାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।ଅନ୍ୟପଟରେ ଏହି ନକଲି ରାକେଟ୍‍ ପଛରେ ବିହାର ଏବଂ ବେଙ୍ଗାଲୁରୁର ୩ଜଣ ଲୋକଙ୍କ ସମ୍ପୃକ୍ତି ରହିଛି। ଅସଲି ବିପି ମେଡିସିନ୍‍ର ଖୋଳରେ ଏହି ନକଲି ମେଡିସିନ୍‍ ପୁରାଇ ମାର୍କେଟକୁ ଛାଡୁଛନ୍ତି। ଅସଲି ମେଡିସିନ୍‍ ଅପେକ୍ଷା ଏହି ନକଲି ମେଡିସିନ୍‍ର ଦାମ ଶସ୍ତା ରହିଛି। ଯେଉଁଥି ପାଇଁ ଦୋକାନୀମାନେ କମ୍‍ ଦାମରେ ଏହି ନକଲି ମେଡିସିନ୍‍ ନେଇ ଅସଲି ମେଡିସିନ୍‍ ଦାମରେ ବିକ୍ରି କରି ଲକ୍ଷାଧିକ ଟଙ୍କା ଲାଭ କରୁଛନ୍ତି। ତେଣୁ ଏହି ରାକେଟ୍‍ ପଛରେ ବଡ଼ବଡ଼ ଲୋକଙ୍କ ହାତ ରହିଥିବାରୁ କ୍ରାଇମ୍‍ବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ଅନେକ ସଂଗଠନମାନେ ଦାବି କରିଛନ୍ତି।

Show More

Related Articles

Back to top button