
ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ନୂଆଁଖାଇ ପରିବାର ତରଫରୁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ନୂଆଁଖାଇ ଭେଟଘାଟ୍ । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଅଟଳ ଭବନ, ୟୁନିଟ୍ -୪ ଠାରେ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ନୂଆଁଖାଇ ଭେଟଘାଟର ‘ନିମନ୍ତ୍ରଣ’ ଲୋକାର୍ପିତ କରାଯାଇ ପ୍ରଥମ ନିମନ୍ତ୍ରଣ ଇଷ୍ଟଦେବୀଙ୍କୁ ସମର୍ପିତ କରାଯିବା ସହ କାର୍ଯ୍ୟକ୍ରମ ଯେପରି ଭାବରେ ସଫଳ ହୋଇପାରିବ ସେଥିପାଇଁ ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ ସଭାପତି।
ବୈଠକରେ ପ୍ରବୋଧ ରଥ, ଶ୍ରୀମୟୀ ମିଶ୍ର, ପ୍ରେମାନିଧି ସେଠ, ଇନ୍ଦ୍ରମଣି ତ୍ରିପାଠୀ, ପଲ୍ଲବୀ ହୋତା, ଆଶିଷ ମିଶ୍ର, ପୁରନ୍ଦର ନନ୍ଦ, ଶୁଭାଶିଷ ମିଶ୍ର, ସଞ୍ଜୟ ତ୍ରିପାଠୀ, ସୁଜିତ କରଣ, ଦୁଃଖୀଶ୍ୟାମ ଭଞ୍ଜ, ପଙ୍କଜ ସାହୁ ଆଦି ସମସ୍ତେ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।