ଭୁବନେଶ୍ୱର : ବହୁ ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି । ଆଜି ଓଡ଼ିଶା ଦେଖିବ ବୀର ବାୟୁସେନାଙ୍କ ସାମର୍ଥ୍ୟ । ଭୁବନେଶ୍ୱର ଆକାଶରେ ଆଉ କିଛି ଘଣ୍ଟାର ବ୍ୟବଧାନରେ ଦେଖିବାକୁ ମିଳିବ ‘ସୂର୍ଯ୍ୟକିରଣ’ର ଜଲୱା। ଆଜି ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମାର୍ଥ ପ୍ରଦର୍ଶନ କରିବେ ବାୟୁ ବୀର । ବାୟୁ ବୀରଙ୍କ ଜଲୱା ଦେଖିବେ ହଜାର ହଜାର ଲୋକ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ। ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଶୋ’ର ଦର୍ଶକ ସାଜିବେ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବାୟୁସେନା ପକ୍ଷରୁ ହେବ ସୂର୍ଯ୍ୟକିରଣ ଶୋ’। ୯ଟି ହକ୍ ବିମାନରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରାଯିବ । ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ । ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ପଡିଆ ଓ ଆଖପାଖରେ ପ୍ରାୟ ୫୦ ହଜାର ଲୋକ ଏହି ବହୁ ପ୍ରତିକ୍ଷୀତ ଶୋ’ ଦେଖିବେ। ତେଣୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ରହିଛନ୍ତି । ଶହେରୁ ଅଧିକ ବଛା ବଛା ଅଫିସର ଏହି ଅବସରରେ ନିୟୋଜିତ ରହିବେ।
Related Articles
Check Also
Close