ଓଡ଼ିଶାପାଣିପାଗ

ପୁଣି ଆସୁଛି ଲଘୁଚାପ,୧୮ରୁ ୨୧ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା

ପୁଣି ଆସୁଛି ଲଘୁଚାପ । ଏହା ପ୍ରଭାବରେ ୧୮ରୁ ୨୧ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ତେବେ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସଙ୍କ ପୂର୍ବାନୁମାନ ଅନୁଯାୟୀ, ଏବେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ । ୧୮ରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ରାଜ୍ୟରେ ପୁଣି ବର୍ଷା ହେବ ।

ସେହିପରି ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଆକଳନ କରିଥିବାବେଳେ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୧୯ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ । ୧୮ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୧୯ରେ ଲଘୁଚାପ ଏବଂ ୨୦ରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହେବ । ଏହା ଅବପାତ ରୂପ ମଧ୍ୟ ନେଇପାରେ । ୨୧ରେ ଓଡ଼ିଶା ସ୍ଥଳ ଭାଗରେ ରହି ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼କୁ ମୁହାଁଇବ । ୨୦ରୁ ୨୨ ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ । ୨୩ରେ ଉପକୂଳରେ ବର୍ଷା ଲାଗି ରହିବ ।

 

Show More

Related Articles

Back to top button