ଦେଶସ୍ୱତନ୍ତ୍ର

ଏଣିକି ବିନା ଇଣ୍ଟରନେଟ୍‌ରେ କରିପାରିବେ UPI ପେମେଣ୍ଟ

ବର୍ତ୍ତମାନ ଡିଜିଟାଲ ଆକାରରେ ଟଙ୍କା ନେଣଦେଣ ହେଉଛି। ଏଥିପାଇ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ଏକ ନୂଆ ଭର୍ସନ ଆସିଛି । ଏଣିକି ବିନା ଇଣ୍ଟରନେଟ୍‌ରେ କରିପାରିବେ ୟୁପିଆଇ ପେମେଣ୍ଟ ଏବା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । କାରଣ ଏନେଇ ନୂଆ ଭର୍ସନ ଆସିଯାଇଛି । ଏଥିପାଇଁ ଗ୍ରାହକ ମହଲ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲା ବେଳେ ଏବେ ଏହି ପ୍ରତୀକ୍ଷାର ଅନ୍ତ ହୋଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିନା ଇଣ୍ଟରନେଟ୍‌ରେ ୟୁପିଆଇ ପେମେଣ୍ଟର ନୂଆ ଭର୍ସନ ଆରମ୍ଭ କରାଯାଇଛି। ପୂର୍ବରୁ ମୋବାଇଲ ଫୋନରେ ୟୁପିଆଇ ୧୨୩ ପେ’ ଫିଚର ଲଞ୍ଚ ‌ହୋଇସାରିଥିବା ବେଳେ ଏବେ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ୟୁପିଆଇ ଲାଇଟ୍‌ ଫିଚର୍‌ ଆରମ୍ଭ କରାଯାଇଛି।

ଏଣିକି ଏହା ମାଧ୍ୟମରେ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ବିନା ଇଣ୍ଟରନେଟ୍‌ରେ ନେଣଦେଣ କରିପାରିବେ। ଇଣ୍ଟରନେଟ୍‌ ନ ଥିବା ଓ ସ୍ମାର୍ଟଫୋନ୍‌ ବ୍ୟବହାର କରୁନଥିବା ଲୋକ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ। ୟୁପିଆଇ ଲାଇଟ୍‌ ଫିଚର ଜରିଆରେ କେବଳ ପିକ୍‌ ସମୟରେ ନୁହେଁ, ବରଂ ଡାଉନ୍‌ ସମୟରେ ବି ଦେଣନେଣ କରିହେବ।

Show More

Related Articles

Back to top button