Breaking PLUSଦୁର୍ଘଟଣାମୁଖ୍ୟ ଖବର
ଖେଳୁଥିବା ସମୟରେ ପୋଖରୀରେ ବୁଡି ଚାରି ବର୍ଷ ଶିଶୁର ମୁତ୍ୟୁ

ଖେଳୁଥିବା ସମୟରେ ପୋଖରୀ ରେ ବୁଡି ଜଣେ ୪ ବର୍ଷର ଶିଶୁ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି। ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେନ୍ତୁଳିଗାଁ ରେ। ଆଜି ଅଙ୍ଗନୱାଡ଼ି ରୁ ପାଠ ସାରି ଦୁଇ ଶିଶୁ ଗୌତମ ଭତ୍ରା ଓ ନରେଶ ବୈରାଗୀ ଘରକୁ ଯାଇଥିଲେ ଏବଂ ତା ପରେ ଗାଁ ପୋଖରୀ ନିକଟ ରେ ଯାଇ ଖେଳୁଥିଲେ । ଏହି ସମୟ ରେ ଦୁହିଁଙ୍କ ଗୋଡ଼ ଖସି ଯାଇଥିଲା। ପୋଖରୀ ରେ ବୁଡ଼ିଯାଇ ଗୌତମ ଭତ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ନରେଶ ବହୁ ପରିମାଣରେ ପାଣି ପିଇ ଦେଇଥିଲେ । ଖବର ପାଇ ଗାଁ ଲୋକ ଦୁହିଁ ଙ୍କୁ ଉମରକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ଡାକ୍ତରଖାନା ପହଞ୍ଚିବା ସମୟ ରେ ଗୌତମଙ୍କ ମୃତ୍ୟ ହୋଇ ସାରିଥିଲା । ଏବଂ ନରେଶ ବୈରାଗୀଙ୍କ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଗଲା । ସୌଭାଗ୍ୟ ବଶତଃ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ଏହି ଚାରି ବର୍ଷ ର ଶିଶୁ ନରେଶ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ତେନ୍ତୁଳି ଗାଁ ରେ ଶୋକର ଛାୟା ଖେଳିଯାଇଛି ।