
ଭୂକମ୍ପରେ ଥରିଲା ପାକିସ୍ଥାନ । ମଙ୍ଗଳବାର ୬ଟା ୩୫ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ସେହିପରି ଏହାର ଅକ୍ଷାଂଶ ୩୨.୯୭ ଏବଂ ଦ୍ରାଘିମା ୭୩.୬୧ ରହିଛି । ଏନେଇ ସୂଚନା ଦେଇଛନ୍ତି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ।
ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।