ଦେଶ ବିଦେଶସ୍ୱତନ୍ତ୍ର

ପୁଣି ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ,୧୯ ମୃତ

ପୁଣି କାବୁଲରେ ଆତ୍ମଘାତୀ ବିସ୍ଫୋରଣ । ଶୁକ୍ରବାର ସକାଳେ ଆଫଗାନିସ୍ଥାନର ରାଜଧାନୀ କାବୁଲର ଏକ ଶିକ୍ଷାନୁଷ୍ଠାନ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ଦଶାତି ବାରଚି ଅଞ୍ଚଳର ଏକ ଶିକ୍ଷା କେନ୍ଦ୍ର ଭିତରେ ଏହି ବିସ୍ଫୋରଣ ଘଟିଛି । ତାଲିବାନ ତରଫରୁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ଟାକୋର କହିଛନ୍ତି ଯେ ଏହି ବିସ୍ଫୋରଣ ବଡ଼ ଧରଣର ହୋଇଥିଲା । ଏହି ଆକ୍ରମଣରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button