ଖେଳଦେଶବ୍ୟକ୍ତିତ୍ୱସେଲିବ୍ରିଟି
ବେଙ୍ଗଲ କ୍ରିକେଟ ଆସୋସିଏଶନ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି

ବର୍ତ୍ତମାନ ବେଙ୍ଗଲ କ୍ରିକେଟ ଆସୋସିଏଶନ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ବିସିସିଆଇର ବିଦାୟୀ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଅତୀତରେ ବି ସେ ସିଏବିର ସଭାପତି ରହିଥିଲେ। ୨୦୧୫ରେ ଜଗମୋହନ ଡାଲମିଆଙ୍କ ମୃତ୍ୟୁ ପରେ ଗାଙ୍ଗୁଲି ଏହାର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ।
ସୌରଭ ଗାଙ୍ଗୁଲି ୨୦୧୯ରେ ବିସିସିଆଇ ସଭାପତି ହେବା ଯାଏ ଏହି ପଦବୀରେ ଥିଲେ। ଗାଙ୍ଗୁଲି ପଦ ଛାଡ଼ିବା ପରେ ଜଗମୋହନଙ୍କ ପୁଅ ଅଭିଷେକ ଡାଲମିଆ ସିଏବି ଅଧ୍ୟକ୍ଷ ହୋଇଥିଲେ। ଏବେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏମିତିରେ ଗାଙ୍ଗୁଲି ଏହି ପଦ ଲାଗି ନିର୍ବାଚନ ଲଢ଼ିବେ। ଚଳିତ ମାସ ଶେଷସୁଦ୍ଧା ଏହି ନିର୍ବାଚନ ଅନୁଷ୍ଠିତ ହୋଇପାରେ ବୋଲି ସୂଚନା ମିଳିଛି ।