ଦେଶସ୍ୱାସ୍ଥ୍ୟ

ଡରାଉଛି ଡେଙ୍ଗୁ ଷ୍ଟ୍ରେନ,ଏଥିନେଇ ରୁହନ୍ତୁ ସତର୍କ

ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ । ବିଶେଷ କରି ଦେଶର ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଡେଙ୍ଗୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଅତ୍ୟନ୍ତ ମାରାତ୍ମକ ହୋଇଥିଲେ ମଧ୍ୟ ଏହାକୁ ଏକ ସାଧାରଣ ରୋଗ ଭାବି ଅଣଦେଖା କରିଥାନ୍ତି ଅଧିକାଂଶ ଲୋକେ । ଯାହାକି ଅନେକ କ୍ଷେତ୍ରରେ ଜୀବନହାନୀର କାରଣ ହୋଇଥାଏ ।

ସାଧାରଣ ଭାବେ ଅନେକ କ୍ଷେତ୍ରରେ ଡେଙ୍ଗୁ ଅଳ୍ପ ଦିନ ମଧ୍ୟରେ ଠିକ୍ ହୋଇଥାଏ । ସେହିପରି ଅନ୍ୟ କିଛି କ୍ଷେତ୍ରରେ ଏହା ଘାତକ ସାବ୍ୟସ୍ତ ହୋଇଥାଏ । ତେବେ ଡାକ୍ତରଙ୍କ ମତରେ, ଡେଙ୍ଗୁର ଚାରିଟି ଷ୍ଟ୍ରେନ ରହିଥାଏ । ସେଗୁଡ଼ିକ ହେଉଛି ଡି-୧, ଡି-୨, ଡି-୩ ଓ ଡି-୪ । ଏମାନଙ୍କ ମଧ୍ୟରୁ ଡି-୨ ଷ୍ଟ୍ରେନ ସବୁଠାରୁ ଘାତକ ହୋଇଥାଏ । ଏହାଦ୍ୱାରା ଶରୀରରେ ଇଣ୍ଟରନାଲ ବ୍ଲିଡିଂ, ନିମ୍ନ ବ୍ଲଡପ୍ରେସର ଓ ରକ୍ତବାନ୍ତି ମଧ୍ୟ ହେବାର ସମ୍ଭାବନା ରହିଥାଏ ।

 ଜଣେ ଜଣେ ବ୍ୟକ୍ତି ଡି-୨ ଷ୍ଟ୍ରେନରେ ସଂକ୍ରମିତ ହୁଏ, ତେବେ ତାଙ୍କର ରିସ୍କ ବହୁତ ବଢ଼ିଯାଇଥାଏ । ଡେଙ୍ଗୁର ପ୍ରକୋପରୁ ବର୍ତ୍ତିବାକୁ ହେଲେ ଘରେ କୌଣସି ଜାଗାରେ ପାଣି ଜମା ନକରିବା, ଆଖପାଖ ସଫା ରଖିବା, ମସାରି ଟାଙ୍ଗି ଶୋଇବା, ପ୍ରଚୁର ପାଣି ପିଇବା ଆଦି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

Show More

Related Articles

Back to top button