ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ଗିରଫ ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର : ଭୁବନେଶ୍ୱରରେ ମହିଳାଙ୍କୁ ଗଣଦୁଷ୍କର୍ମ! ଘରେ ଥଇଥାନ କରାଇ ଦେବାକୁ ଡାକି ନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସ୍ମିତା(ଛଦ୍ମନାମ) କୌଣସି କାମରେ କଟକରୁ ଭୁବନେଶ୍ୱର ଆସିଥିଲେ। କାମ ସରୁ ସରୁ ରାତି ହୋଇଯାଇଥିଲା। ଆଉ ଘରକୁ ଫେରିପାରୁନଥିଲେ। ତେଣୁ ରାମମନ୍ଦିର ଛକରେ ବସି ଥିଲେ। ଏହି ସମୟରେ ଅନୁଗୋଳ ଓ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ଦୁଇ ଜଣ ଯୁବକ ବାହାନା କରି ତାଙ୍କ ସହିତ କଥା ହୋଇଥିଲେ। ଆଉ ସେହି ସମୟରେ ନିଜ ଅସହାୟତା ପ୍ରକାଶ କରିଥିଲେ ସ୍ମିତା। ଏହା ପରେ ଯୁବକ ଦୁଇ ଜଣ ତାଙ୍କ ରହିବାର ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ରାତି ବଢ଼ୁଥିବାରୁ ସ୍ମିତା ସେମାନଙ୍କ ସହିତ ଚାଲି ଯାଇଥିଲେ। ହେଲେ ଯୁବକ ଦୁଇ ଜଣ ତାଙ୍କୁ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଦୁଇ ବଳାତ୍କାରୀ ସେଠାରୁ ଚମ୍ପଟ ମାରିଥିଲେ। ଆଜି ସ୍ମିତା ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏଥିରେ ଆଉ କେଉଁମାନେ ସମ୍ପୃକ୍ତି ଅଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ମହିଳାଙ୍କ ଘର କଟକରେ ହୋଇଥିବା ବେଳେ ସେ ଘରକୁ ନଫେରି ରାମମନ୍ଦିର ଛକରେ କାହିଁକି ବସିଥିଲେ? କ’ଣ ପାଇଁ ଦୁଇ ଅପରିଚିତ ଯୁବକଙ୍କ ସହିତ ଯାଇଥିଲେ? ଏପରି ନାନା ପ୍ରଶ୍ନବଚୀ ମନରେ ଉଙ୍କି ମାରୁଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Show More

Related Articles

Back to top button