Breaking PLUSଅପରାଧଦେଶମୁଖ୍ୟ ଖବରରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ବାପାଙ୍କୁ ଫସାଇବାକୁ ପୁଅର ଅଜବ ଷଡ଼ଯନ୍ତ୍ର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା ଧମକ ଦିଆଯିବା ପରେ ଭୋପାଳ ପୁଲିସ ତତ୍ପର ହୋଇଉଠିଛି। ‘ଡାଏଲ୍‌-୧୧୨’ର ଅଧିକୃତ ହ୍ୱାଟ୍ସଆପ୍‌ ନମ୍ବରକୁ ଆସିଥିବା ଏକ ଧମକପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ପୁଲିସ ବୁରହାନପୁରରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ବୁଧବାର ସକାଳ ପ୍ରାୟ ୧୧ଟା ୩୦ରେ ଏହି ବାର୍ତ୍ତା ଆସିଥିଲା। ଅଭିଯୁକ୍ତ ବାର୍ତ୍ତାକୁ ଡିଲିଟ୍‌ କରିବା ପୂର୍ବରୁ ଦୁଇଥର ପରିବର୍ତ୍ତନ କରିଥିଲେ ମଧ୍ୟ ଡାଏଲ୍‌-୧୧୨ କର୍ମଚାରୀ ଏହାର ସ୍କ୍ରିନସଟ୍‌ ନେଇଥିଲେ। ଏହାକୁ ଆଧାର କରି କ୍ରାଇମ୍‌ ବ୍ରାଞ୍ଚର ସାଇବର ଟିମ୍‌ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ଠିକଣା ଚିହ୍ନଟ କରିଥିଲା।

ପୁଲିସର ପଚରାଉଚରାରୁ ଜଣାପଡ଼ିଛି ଯେ, ନିଜ ପିତାଙ୍କ ସହ ତାଙ୍କର ବିବାଦ ଥିଲା। ପିତାଙ୍କୁ ପୁଲିସ ଦ୍ୱାରା ଗିରଫ କରାଇବା ଉଦ୍ଦେଶ୍ୟରେ ସେ ଏଭଳି ଯୋଜନା କରିଥିବା ପୁଲିସ କହିଛି। ଏଥିପାଇଁ ସେ ମୁମ୍ବାଇର ଜଣେ କ୍ୟାଟରିଂ ବ୍ୟବସାୟୀଙ୍କ ମୋବାଇଲ୍‌ ଚୋରି କରି ସେଥିରେ ସିମ୍‌ ଲଗାଇ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ।

ତଦନ୍ତରେ ଅଭିଯୁକ୍ତ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧମକ ଦେଇଥିବା ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ପୁଲିସ ତାଙ୍କ ପୂର୍ବ ଅପରାଧିକ କାର୍ଯ୍ୟକଳାପ ନେଇ ତଦନ୍ତ ଜାରି ରଖିଛି।

Show More

Related Articles

Back to top button