Breaking PLUSଓଡ଼ିଶାଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ମେଗା ବନ୍ଦର ତାଲିକାରେ ପାରାଦୀପ, ଦେଶର ୪ ବନ୍ଦରକୁ ମାନ୍ୟତା

ଭୁବନେଶ୍ୱର: ଦେଶର ୪ଟି ପ୍ରମୁଖ ବନ୍ଦରକୁ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର। ଏହି ତାଲିକାରେ ଓଡ଼ିଶାର ପାରାଦୀପ ବନ୍ଦର ସ୍ଥାନ ପାଇଛି। ଏଥିସହ ଗୁଜରାଟର କାଣ୍ଡଲା ଓ ମୁନ୍ଦ୍ରା ବନ୍ଦର ଏବଂ ମହାରାଷ୍ଟ୍ରର ଜବାହରଲାଲ ନେହେରୁ ବନ୍ଦର (ଜେଏନ୍‌ପିଟି)କୁ ମଧ୍ୟ ମେଗା ବନ୍ଦର ମାନ୍ୟତା ମିଳିଛି।

ଭାରତୀୟ ବନ୍ଦର ଆଇନ, ୨୦୨୫ର ଧାରା ୭୩(୧) ଅନୁସାରେ ନିର୍ଦ୍ଧାରିତ ମାନଦଣ୍ଡର ମୂଲ୍ୟାଙ୍କନ ପରେ ଏହି ୪ ବନ୍ଦରକୁ ମାନ୍ୟତା ଦିଆଯାଇଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜପତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀନ ପି. ନାୟର ଏହି ବିଜ୍ଞପ୍ତିରେ ଦସ୍ତଖତ କରିଛନ୍ତି।

ଦେଶର ସାମୁଦ୍ରିକ ବାଣିଜ୍ୟ ଓ ରଣନୀତିକ ଦୃଷ୍ଟିରୁ ପାରାଦୀପ ବନ୍ଦରର ଗୁରୁତ୍ୱ ରହିଛି। ଏବେ ମେଗା ବନ୍ଦର ମାନ୍ୟତା ମିଳିବା ପରେ ଓଡ଼ିଶାର ସାମୁଦ୍ରିକ କ୍ଷେତ୍ରର ବିକାଶ ସହ ବନ୍ଦରଭିତ୍ତିକ ନିବେଶ ଓ ଭିତ୍ତିଭୂମି ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button