Breaking PLUSଓଡ଼ିଶାଭକ୍ତିମୁଖ୍ୟ ଖବର

ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର

ପୁରୀ: ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶନିବାର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଆସନ୍ତା ୩୦ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ପ୍ରଥମ ୩ ଦିନ ଶ୍ରଦ୍ଧାଳୁମାନେ ମାଗଣାରେ ଦର୍ଶନ କରିପାରିବେ। ଏହାପରେ ଶ୍ରଦ୍ଧାଳୁଙ୍କଠାରୁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଆଦାୟ କରାଯିବ।

ତେବେ ବରିଷ୍ଠ ନାଗରିକ ଓ ଶିଶୁଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଗୁଣ୍ଡିଚା ମନ୍ଦିର ପରିସରରେ ମାଗଣା ଜୋତା ଷ୍ଟାଣ୍ଡ ଓ ମୋବାଇଲ୍‌ ଷ୍ଟାଣ୍ଡର ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁଙ୍କ ଭିଡ଼ ଓ ସୁବିଧାକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଉଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।

Show More

Related Articles

Back to top button