ମୋ ବୋଉ !!!!!!
ବୋଉ ବୋଉ ବୋଲି କାହାକୁ ଡାକିବି
ଘରତ କଲୁ ତୁ ଜହ୍ନରାଈଜେ
ଏତେ ଦୂରକୁ ମୋ ହାତ ପାଏନାହିଁ
କିଏ ବୁଝିବ ମୋ ଦୁଃଖ ସହଜେ?
ତୁଣ୍ଡରୁ ଲିଭିଲା ବୋଉ ବୋଉ ଡାକ
ମାତୃହରା ଦୁଃଖ କିଏ ବୁଝିବ
ବ୍ୟାକୁଳିତ ଚିତ୍ତେ,ଖୋଯେ ଏ ଜଗତେ
ତୋ କରୁଣା ବର୍ଷା କେଢାଳି ଦେବ?
ବାଟ ଚାଲିଥିଲି ତୋ ହାତ ଧରି
ଜୀବନର ମାର୍ଗେ ପ୍ରେରଣା ଭରି
ଚଲାପଥେ ହେଉ,ଯେତେ ଉଚ୍ଚ ନିଚ
ପାରି ହେଉଥିଲି ତୋ ପଣତ ଧରି,
ଆଜିବି ଖୋଜୁଛି ତୋ ପଣତ କାନି
ମୁହଁ ପୋଛିଦେଉ କୋଳେଇ ନେଇ
ସହିଯାଉଥିଲୁ ସବୁ ଅଳି ଅଝଟ
ରଖୁତୁ ସଜାଡି,କେତେ ମୋପାଇଁ?
ଇଛାହୁଏ ଆଜି ଅଳି କରିବାକୁ
କାନିରେ ବନ୍ଧା ତୋ ପଇସା ଟିକୁ
ନାହିଁ ନାହିଁ କରି ହାତେ ଦେଉଥିବୁ
ମିଠା ଗଳାରେ ତୋ ଗାଳି ଶୁଣିବାକୁ,
ନିଜ ପେଟରୁ ତୁ କାଟି ରଖୁଥୁ୍ଲୁ
ନଖାଇ ନିଜେ ତୁ,ବାଢି ଦେଉଥିଲୁ
ନିଜ ଚିନ୍ତା ଦୁଃଖ ଅଣଦେଖା କରି
ମୋ ଖୁସିରେ ତୁ ଖୁସି ହେଉଥିଲୁ,
ହଜି ତ ଗଲାଣି ଆଜି ସେ ସମୟ
ସମୟ ଆଗରେ ମୁଁ ନିରୁପାୟ
ମନେପଡି ଯାହା ଦୁଇ ଧାର ଲୁହ
ଆଖିରୁ ଗଡଇ,ଲାଗେ ଅସହାୟ,
ଡାକଇ ମୁଁ,ମୋର ଆରାଧ୍ୟ ଦେବତା
ସବୁଜନ୍ମେ ହୋଇ ତୁ ମୋର ମାତା
ଲଭିବି ନିଜକୁ ଭାଗ୍ୟବାନ ସତେ
ଚରଣେ ପ୍ରଣାମ ବନ୍ଦୁଚି ମୁଁ ତତେ ,
।।ପ୍ରଶାନ୍ତ ପତି।।ଜଗତସିଂହପୁର।