ମୁଖ୍ୟ ଖବରସ୍ୱତନ୍ତ୍ର

ପଶୁ ଚିକିତ୍ସାରେ ହୋମିଓପାଥି ପ୍ରୟୋଗକୁ ଜୋର, ୩ ଗବେଷଣା ପ୍ରକଳ୍ପ ଆରମ୍ଭ


ଭୁବନେଶ୍ୱର: ପଶୁ ଚିକିତ୍ସାରେ ଏଲୋପାଥିର ବିକଳ୍ପ ଭାବେ ଶସ୍ତା ଓ ସୁରକ୍ଷିତ ହୋମିଓପାଥି ପ୍ରଣାଳୀକୁ ପ୍ରଚାର କରିବାକୁ ଓୟୁଏଟି ଓ ନୂଆଦିଲ୍ଲୀର କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ) ମିଳିତ ଭାବେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଗବେଷଣା ପ୍ରକଳ୍ପ ଆରମ୍ଭ କରିଛନ୍ତି। ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ଏହାକୁ ଅନୁମୋଦନ ମିଳିଥିବା ବେଳେ ଆଗାମୀ ୩ ବର୍ଷ ଧରି ଗବେଷଣା ଚାଲିବ।

ପ୍ରଥମ ପ୍ରକଳ୍ପରେ କୁକୁଡ଼ାଙ୍କ ମଧ୍ୟରେ ବ୍ୟାପକ ଭାବେ ପ୍ରସାରିତ ନ୍ୟୁ କାସଲ୍‌ ରୋଗ  ନିୟନ୍ତ୍ରଣ ପାଇଁ ହୋମିଓପାଥି ଔଷଧର କାର୍ଯ୍ୟକ୍ଷମତା ଅଧ୍ୟୟନ କରାଯିବ। ଏହା କୁକୁଡ଼ା ଚାଷରେ ହେଉଥିବା ଅର୍ଥନୈତିକ କ୍ଷତିକୁ କମେଇବାରେ ସହାୟକ ହେବ ବୋଲି ଆଶା।

ଦ୍ୱିତୀୟ ପ୍ରକଳ୍ପରେ ଗାଈଙ୍କର ବନ୍ଧ୍ୟାଦୋଷ ସମସ୍ୟାର ସମାଧାନ ପାଇଁ ହୋମିଓପାଥି ପ୍ରଣାଳୀର ଉପଯୋଗିତା ଖୋଜାଯିବ। ତୃତୀୟ ପ୍ରକଳ୍ପରେ କୁକୁରଙ୍କ ମାମାରୀ ଟ୍ୟୁମର ଉପରେ ଗବେଷଣା କରାଯାଇ, କ୍ୟାନ୍ସର ଚିକିତ୍ସାରେ ନୂତନ ବିକଳ୍ପ ଉନ୍ନୟନ କରାଯିବ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଭାତ କୁମାର ରାଉଳ କହିଛନ୍ତି, ଏହି ପ୍ରକଳ୍ପଗୁଡିକ ପଶୁ ଚିକିତ୍ସାରେ ନୂତନ ପଦ୍ଧତି ଆଣିବା ସହ ଚାଷୀ ଓ ପଶୁପାଳକଙ୍କୁ ସହଜ ଓ ଲାଭକାରୀ ସମାଧାନ ଦେବ।

ହୋମିଓପାଥି ଔଷଧ ଶସ୍ତା ଓ ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଚାଷୀମାନେ ନିଜେ ମଧ୍ୟ ଏହାକୁ ପ୍ରୟୋଗ କରିପାରିବେ। ଏହା ପଶୁପାଳନ କ୍ଷେତ୍ରରେ ଏକ ନୂଆ ଦିଗ ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button