ଦୁର୍ଘଟଣାଦେଶସ୍ୱତନ୍ତ୍ର

ଅଗ୍ନିକାଣ୍ଡରେ ଜଳିଗଲା ଚାନ୍ଦିନିଚୌକର ଭାଗିରଥ ମାର୍କେଟ କମ୍ପ୍ଲେକ୍ସ

ଅଗ୍ନିକାଣ୍ଡରେ ଜଳିଗଲା ଚାନ୍ଦିନିଚୌକର ଭାଗିରଥ ମାର୍କେଟ କମ୍ପ୍ଲେକ୍ସ । ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀର ଚାନ୍ଦିନିଚୌକ ଅଞ୍ଚଳରେ ଥିବା ଭାଗିରଥ ମାର୍କେଟ କମ୍ପ୍ଲେକ୍ସରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ସହିତ ଏକ ଦୁଇଟି ମହଲା ବିଶିଷ୍ଟ ବିଲ୍ଡିଂ ଜଳିପୋଡ଼ି ପାଉଁଶ ହୋଇଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଏହି ନିଆଁ ଲିଭାଇବାକୁ ୪୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଏହାସତ୍ତ୍ୱେ ଆଜି ସକାଳ ସୁଦ୍ଧା ଏହି ନିଆଁ ସମ୍ପୂର୍ଣ୍ଣ ଲିଭି ନଥିଲା । ସୌଭାଗ୍ୟବଶଃତ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି ।

ଭାଗିରଥ ମାର୍କେଟ କମ୍ପ୍ଲେକ୍ସରେ ମୁଖ୍ୟତଃ ଇଲେକଟ୍ରୋନିକ୍ସ ଦୋକାନ ରହିଛି। ଗତକାଲି ରାତିରେ କୌଣସି କାରଣବଶଃତ ନିଆଁ ଲାଗିବାରୁ ତାହା ଦ୍ରୁତ ଗତିରେ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା। ଫଳରେ ପ୍ରାୟ ୪୦ ପାଖାପାଖି ଦୋକାନ ନିଆଁ ଦ୍ୱାରା କବଳିତ ହୋଇ ଯାଇଥିଲା।

Show More

Related Articles

Back to top button