ଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

୨ ଜଣ ଆଇନଜୀବୀଙ୍କ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର। ୨ ଜଣ ଆଇନଜୀବୀଙ୍କୁ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ କଲେଜିୟମ ସୁପାରିସ କରିଥିଲେ। ଏହି ପ୍ରସ୍ତାବ ଉପରେ ଆଜି କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି।

ପ୍ରମୋସନ ପାଇଥିବେ ଦୁଇ ଆଇନଜୀବୀ ହେଲେ ସନ୍ତୋଷ ଗୋବିନ୍ଦରାଓ ଛପାଲଗାଓଁକର ଓ ମିଲିନ୍ଦ ମନୋହର ଏସ୍‌। ଏହି ଦୁଇ ଆଇନଜୀବୀ ଖୁବଶୀଘ୍ର ବମ୍ବେ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ।

ଗତ ଶୁକ୍ରବାର ସୁପ୍ରିମକୋର୍ଟ କଲେଜିୟମ ୧୦ ଜଣଙ୍କୁ ବିଚାରପତି ଭାବେ ପ୍ରମୋସନ ଦେବାକୁ କେନ୍ଦ୍ରକୁ ସୁପାରିସ କରିଥିଲେ। ହେଲେ କେନ୍ଦ୍ର ସରକାର ଏସଂକ୍ରାନ୍ତ ଫାଇଲ ଫେରାଇ ଦେଇଥିଲେ। ଏହି ଫାଇଲରେ ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲଙ୍କ ନାଁ ଥିଲା। ସୌରଭ ହେଉଛି ପୂର୍ବତନ ସିଜେଆଇ ବିଏନ କ୍ରିପାଲଙ୍କ ପୁଅ।

କେନ୍ଦ୍ର ସରକାର ଫାଇଲ ଫେରାଇ ଦେଇଥିବାରୁ କଲେଜିୟମ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ପୁଣି ସେହି ଫାଇଲ ଉପରେ ମୋହର ମାରିବାକୁ କେନ୍ଦ୍ର ପାଖକୁ ପଠାଇଥିଲା। ତଥାପି କିଛି ନାଁକୁ କେନ୍ଦ୍ର ସରକାର ପ୍ରମୋସନ ଦେଇ ନଥିଲେ ବୋଲି ଜଣାପଡ଼ିଛି।

ନ୍ୟାୟିକ ନିଯୁକ୍ତିରେ କେନ୍ଦ୍ର ସରକାର ଅହେତୁକ ବିଳମ୍ବ କରୁଥିବାରୁ ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ଜାହିର କରିସାରିଛନ୍ତି।

Show More

Related Articles

Back to top button