ଦେଶ ବିଦେଶରାଜନୀତି

ନିର୍ବାଚନ ପ୍ରଚରରୁ ଦୂରରେ ପ୍ରିୟଙ୍କା

ବିହାର ନିର୍ବାଚନ ତାତି ପ୍ରାୟ ଶୀର୍ଷରେ ପହଞ୍ଚିଥିବା ବେଳେ ଆଉ ଦିନକ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ ଯେଉଁଥି ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି

ରାଜ୍ୟରେ ଆଗକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ କଂଗ୍ରେସର ପ୍ରାକ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଦ୍ୟାବଧି ମାତ୍ର ୪ଟି ସାଧାରଣ ସଭାରେ ଲୋକଙ୍କୁ ଉଦ୍‌ବୋଧନ ଦେଇଛନ୍ତି ଏବେ ଏବେ ସିମଲାରେ ଛୁଟି କଟାଉଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବର୍ତ୍ତମାନ ସୁଦ୍ଧା ନିର୍ବାଚନ ପ୍ରଚାରରେ ସାମିଲ ନହେବା ଘଟଣା ଅନେକ କଂଗ୍ରେସ ସମର୍ଥକଙ୍କୁ ବିସ୍ମିତ କରିଛି। ଅପରପକ୍ଷେ, ପ୍ରିୟଙ୍କା ଉତ୍ତରପ୍ରଦେଶ ଉପନିର୍ବାଚନରେ ବ୍ୟସ୍ତ ଅଛନ୍ତି ବୋଲି ଦଳ ପକ୍ଷରୁ ଯେତେ ସଫେଇ ଦେଲେ ବି ତାହା ସମର୍ଥକଙ୍କୁ ସନ୍ତୁଷ୍ଟ କରିପାରିନାହିଁ।

ସୂଚନା ଥାଉ କି, ବିହାର ନିର୍ବାଚନ ପୂର୍ବରୁ ରାଜ୍ୟ ପାଇଁ କଂଗ୍ରେସ ତାହାର ୩୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ କରିଥିଲା ଯେଉଁଥିରେ ପ୍ରିୟଙ୍କା ମଧ୍ୟ ରହିଥିଲେ। ଉତ୍ତରପ୍ରଦେଶର ହଥରାସ ଗଣଦୁଷ୍କର୍ମ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଦଳର ବିକ୍ଷୋଭ ପ୍ରଦର୍ଶନ ବେଳେ ରାହୁଲଙ୍କ ସହ ପ୍ରିୟଙ୍କା ଯୋଗଦେଇଥିବାରୁ ବିହାର ନିର୍ବାଚନ ପ୍ରଚାରରେ ମଧ୍ୟ ପ୍ରିୟଙ୍କା ଯୋଗଦେବେ ବୋଲି ଆଶା କରାଯାଉଥିଲା। ମାତ୍ର ଏଯାଏ ତାଙ୍କର ଅନୁପସ୍ଥିତି ଦଳୀୟ କର୍ମୀମାନଙ୍କୁ ନିରାଶ କରିଛି। ତେବେ ଉତ୍ତରପ୍ରଦେଶ ଉପନିର୍ବାଚନରେ ସେ ଅଧିକ ଦାୟିତ୍ବସଂପନ୍ନ ଭୂମିକା ନିଭାଉଥିବାରୁ ବିହାର ପାଇଁ ସମୟ କାଢ଼ିପାରିନାହାନ୍ତି ବୋଲି କଂଗ୍ରେସ ନେତା ରଣଦୀପ ସିଂହ ସୁର୍ଯ୍ୟଵାଲା ସଫେଇ ଦେଇଛନ୍ତି।

Show More

Related Articles

Back to top button