ଭାରତ ର ଏମିତି ଏକ ରେଳ ଷ୍ଟେସନ ଯେଉଁଠିକୁ ଯିବା ପାଇଁ ଭିସା ଦରକାର ପଡ଼ିଥାଏ। ପଢନ୍ତୁ ସମ୍ପୂର୍ଣ୍ଣ ଖବର
ଭାରତୀୟ ରେଳ ହେଉଛି ବିଶ୍ଵର ଚତୁର୍ଥ ବୃହତ୍ତମ ରେଳ ନେଟୱର୍କ। ଭାରତ ର ରେଳ ଷ୍ଟେସନ ସଂଖ୍ୟା ପ୍ରାୟ ୮୦୦୦ ହୋଇଥିବା ବେଳେ ବର୍ତ୍ତମାନ ସରକାର ଏହି ଷ୍ଟେସନ ଗୁଡ଼ିକ ମଧ୍ୟ ରୁ କେତେକୁ ପୁନଃ ବିକାଶ କରୁଛନ୍ତି। ଭାରତ ରେ ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ ଠାରୁ ଆରମ୍ଭ କରି ଅନେକ ହାଇସ୍ପିଡ ଟ୍ରେନ ଚାଲୁଛି। ଏହି ଟ୍ରେନ ରେ ପ୍ରତିଦିନ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଯାତ୍ରା କରୁଛନ୍ତି । ଆଉ ଏଥିରେ ଯାତ୍ରା କରିବା ମଧ୍ୟ ଅତ୍ୟନ୍ତ ଆରମ ଦାୟକ ଅଟେ । ଆଜି ଆମେ ଏପରି ଏକ ରେଳ ଷ୍ଟେସନ ବିଷୟରେ କହିବୁ ଯେଉଁଠିକୁ ଯିବାକୁ ହେଲେ ଆପଣଙ୍କୁ ଭିସା ଏବଂ ପାସପୋର୍ଟ ଦରକାର ପଡିଥାଏ ।

ଭାରତୀୟ ରେଳ ର କେବଳ ଗୋଟିଏ ଷ୍ଟେସନ ଅଛି ଯେଉଁଠାରେ ଆପଣଙ୍କୁ ଭିସା ଦରକାର । ଆପଣଙ୍କୁ ଭିସା ଓ ପାସପୋର୍ଟ ବିନା ଏଣ୍ଟ୍ରି ଦିଆ ଯିବ ନାହିଁ। ଏବଂ ଏହି କ୍ଷେତ୍ର ରେ ଆପଣ ଙ୍କ ର ପାକିସ୍ତାନୀ ଭିସା ଥିବା ଜରୁରୀ । ଏହା ପଞ୍ଜାବ ର ଅମୃତସର ଜିଲ୍ଲାରେ ଅବସ୍ଥିତ। ଉତ୍ତର ଫିରୋଜପୁର ରେଳ ଷ୍ଟେସନ ଅଧୀନ ରେ ଏହା ଅଛି ।
ଏହି ଷ୍ଟେସନ ଟି ଭାରତ ର ଏକ ଅଂଶ କିନ୍ତୁ ଏଠାରେ ପରିଦର୍ଶନ କରିବା ପାଇଁ ପାକିସ୍ତାନ ର ଅନୁମତି ଆବଶ୍ୟକ । ଯଦି ଆପଣ ବିନା ପାସପୋର୍ଟ ଓ ଭିସା ରେ ଏଥିରେ ଯାତ୍ରା କରନ୍ତି ତେବେ ଆପଣଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡିପାରେ । ଏବଂ ଜେଲ୍ ମଧ୍ୟ ହୋଇପାରେ । ତେବେ ବିଦେଶୀ ମାମଲା ୧୪ ଅନୁଯାୟୀ ଏକ ମାମଲା ପଞ୍ଜୀକୃତ ମଧ୍ୟ ହୋଇପାରିବ ।
ଯଦି ଆପଣ ଏଥିରେ ଯାତ୍ରା କରିବାକୁ ଚାହାନ୍ତି ତେବେ ଟିକେଟ କିଣିବା ପାଇଁ ଆପଣ ଙ୍କୁ ପାସପୋର୍ଟ ଦେବା ପାଇଁ ପଡ଼ିବ । ଦିଲ୍ଲୀ ଅଟରୀ ଏକ୍ସପ୍ରେସ, ଅମୃତସର ଅଟରୀ ଡିଏମୟୁ, ଜବଲପୁର ଅଟରୀ ସ୍ପେଶଲ୍ ଟ୍ରେନ ଏବଂ କିଛି ଯାତ୍ରୀ ବାହି ଟ୍ରେନ ଏଠାରେ ଚାଲିଥାଏ ।



