Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର
ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ, ଘରେ ଘରେ ନୂଆଁଖାଇ

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଥିବା ବେଳେ ସମ୍ବଲପୁରରେ ଆରାଧ୍ୟ ଦେବୀ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଆଜି ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଇଛି।

ନବାନ୍ନ ଲାଗି ପାଇଁ ପୂଜକଙ୍କ ଘରେ ପୂର୍ବରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ରାତି ପ୍ରାୟ ୩ଟାରୁ ପରିବାର ସଦସ୍ୟମାନେ ଉଠି ସଫାସୁତରା ହୋଇ ନୂଆ ବସ୍ତ୍ର ପରିଧାନ କରିଥିଲେ। ଏହାପରେ ବିଭିନ୍ନ ପ୍ରକାରର ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା।
ମା’ ସମଲେଇଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ଏବେ ସମ୍ବଲପୁରବାସୀ ଘରେ ଘରେ ନୂଆଁଖାଇ ପାଳନ କରି ନୂଆ ଧାନର ଭୋଗ ଖାଇବେ। ଏହା ସହିତ ପରିବାର, ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ସହ ନୂଆଁଖାଇର ଖୁସି ବାଣ୍ଟିବାର ପରମ୍ପରା ଆରମ୍ଭ ହୋଇଛି।



