Breaking PLUSଓଡ଼ିଶାମୁଖ୍ୟ ଖବର
ଗଣେଶ ପୂଜାରେ ବର୍ଷିବ, ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର- ଗଣେଶ ପୂଜାରେ ବର୍ଷିବ । ରାଜ୍ୟରେ ଆଜିଠାରୁ ପୁଣି ଅଧିକାଂଶ ଅଞ୍ଚଳରେ ବଢିବ ବର୍ଷା ।୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଯାହାକି 36ଘଣ୍ଟାରେ ଲଘୁଚାପର ରୂପ ନେବ । ଲଘୁଚାପ ପ୍ରଭାବରେ ଆସନ୍ତା 21 ତାରିଖ ଯାଏ ବର୍ଷା ଲାଗିରହିବ ।
ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା ହେବ ।
କାଲିଠୁ ବଢିବ ବର୍ଷାର ବିସ୍ତୃତି । ୁପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ ।


