Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଡିସେମ୍ବର ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଭୋରରୁ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ପରିକ୍ରମା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମାରାଥନ ଭାବେ ସେ ଭୋର ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।

ସଚିବ ଭୋର ପ୍ରାୟ ୪ଟାରେ ପୁରୀରେ ପହଞ୍ଚି ପ୍ରଥମେ ଶ୍ରୀମନ୍ଦିର ସମ୍ମୁଖରେ ନୀଳଚକ୍ର ଦର୍ଶନ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରିଥିଲେ। ପରେ ଶ୍ରୀମନ୍ଦିର ଚାରିପାଖେ ଚାଲୁଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ପ୍ରକଳ୍ପର ନକ୍ସା ଦେଖିଥିଲେ। ୫-ଟି ସଚିବ ପ୍ରଥମେ ଦୋଳବେଦି କୋଣକୁ ଯାଇ ସେଠାରେ ଚାଲିଥିବା କାର୍ଯ୍ୟ ଦେଖିଥଲେ।

ସେହିପରି ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ହୋଇଥିବା ମଠ ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ମଠର ଐତିହ୍ୟ ଓ ପରମ୍ପରାକୁ ନଜରରେ ରଖାଯାଇ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଶ୍ରୀମନ୍ଦିର ସଂଲଗ୍ନ ରାସ୍ତା ବା ଛକ ଯେପରିକି ବାନାମ୍ବର ଛକ, ଶନିମନ୍ଦିର ଗଳି, କୃଷ୍ଣ ସିନେମା ରୋଡ୍‌, ଦୋଳବେଦି କୋଣ, ଧାନକୁଟି ସାହି, ନୂତନ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ପ୍ରଭୃତି ସ୍ଥାନ ବୁଲି ଦେଖିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ସେହିପରି ଶ୍ରୀମନ୍ଦିର ନିକଟରେ ସେବାୟତ ଏବଂ ଭକ୍ତଙ୍କ ଦୁଇଚକିଆ ଗାଡ଼ି ପାର୍କିଂ ନେଇ ଜିଲାପାଳଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ପରିକ୍ରମା ମାର୍ଗର ଆଉଟର ଆକ୍ସେସ୍‌ ରୋଡକୁ ଜବରଦଖଲମୁକ୍ତ କରାଯିବା ନେଇ ପଦକ୍ଷେପ ନିଆଯିବ।

ନୂଆବର୍ଷ ପୂର୍ବରୁ ଅର୍ଥାତ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ୫-ଟି ସଚିବ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Show More

Related Articles

Back to top button