Breaking PLUSଓଡ଼ିଶାମୁଖ୍ୟ ଖବର

ତୃତୀୟ ଲିଙ୍ଗୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପ

ତୃତୀୟ ଲିଙ୍ଗୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ନେଇଛି ନୂତନ ପଦକ୍ଷେପ । ଶିକ୍ଷାନୁଷ୍ଠାନ ପରିସରରେ ତୃତୀୟ ଲିଙ୍ଗୀମାନଙ୍କୁ ସୁରକ୍ଷା ଦେବାକୁ ଉଚ୍ଚଶିକ୍ଷା ବିଭାଗ କଲେଜମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏ ନେଇ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ତଥା ଡିଗ୍ରୀ କଲେଜ ପ୍ରିନ୍ସିପାଲମାନଙ୍କୁ ଆଜି ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । ତେବେ ଏହି ଚିଠି ଅନୁସାରେ ସେମାନଙ୍କୁ ର୍ୟାଗିଙ୍ଗ, ଶାରିରୀକ, ମାନସିକ ଓ ଯୌନ ନିର୍ଯ୍ୟାତନା ଆଦି ଠାରୁ ସୁରକ୍ଷା ଦେବା ପାଇଁ ଶିକ୍ଷାନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନ ମାନଙ୍କରେ ଥିବା ତଦାରଖ କମିଟିକୁ ଏହି ଦାୟିତ୍ୱ ଦିଆଯାଇଛି । ଏପରିକି ସେମାନଙ୍କ ପାଇଁ ୟୁନିସେକ୍ସ ଶୌଚାଳୟ ବ୍ୟବସ୍ଥା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏ ନେଇ ଗତ ସେପ୍ଟେମ୍ବର ୨୬ ତାରିଖରେ ଜାତୀୟ ମାନବାଧୀକାର କମିଶନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସମେତ ରାଜ୍ୟ ଏବଂ ସ୍ୱୟଂଶାସିତ ଅଞ୍ଚଳ ଶାସନ ମୁଖ୍ୟ ସଚିବଙ୍କୁ ମଧ୍ୟ ଏ ବାବଦରେ ଚିଠି ଲେଖି ଆବେଦନ କରିଥିଲେ । ଆସନ୍ତା ୨ ମାସ ମଧ୍ୟରେ ଏନେଇ ପଦକ୍ଷେପ ନେବାକୁ ସେ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ତେବେ ସରକାରଙ୍କ ପକ୍ଷରୁ ଏପରି ଏକ ପଦକ୍ଷେପ ଶିକ୍ଷାନୁଷ୍ଠାନରେ ସେମାନଙ୍କର ସୁରକ୍ଷା ଧାର୍ଯ୍ୟ କରିବ ବୋଲି କୁହାଯାଉଛି ।

Show More

Related Articles

Back to top button