ଡକ୍ଟର ଜେପି ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 20 ନଭେମ୍ବର – ବିଖ୍ୟାତ ହୃଦରୋଗ ବିଶେଷଜ୍ଞ ତଥା ଫାଇନ ଆର୍ଟିଷ୍ଟ ଡକ୍ଟର ଜେପି ଦାସଙ୍କ ବିୟୋଗ । ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣାଶୁଣା କାର୍ଡିଓଲୋଜିଷ୍ଟ ତଥା ଫାଇନ୍ ଆର୍ଟିଷ୍ଟ ଜେପି ଦାସଙ୍କ ବିୟୋଗ ଖବର ଶୁଣି ଦୁଃଖିତ । ଏସସିବି ମେଡିକାଲ କଲେଜର କାର୍ଡିଓଲୋଜି ବିଭାଗର ପ୍ରଥମ ମୁଖ୍ୟ ଭାବେ ହୃଦରୋଗ କ୍ଷେତ୍ରରେ ଅନେକଙ୍କ ଜୀବନ ବଞ୍ଚାଇବା ଦିଗରେ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି, ଓମ୍ ଶାନ୍ତି ।
Saddened to know about the passing away of renowned cardiologist and fine artist Dr JP Das. He saved many lives with his pioneering contribution to the field of cardiology as the first Head of Cardiology Dept at SCB Medical College. My thoughts & prayers are with the bereaved…
— Naveen Patnaik (@Naveen_Odisha) November 20, 2023