Breaking PLUSଦେଶମୁଖ୍ୟ ଖବର

ସୁରଟ ଏୟାରପୋର୍ଟରେ ନୂଆ ଟର୍ମିନାଲ ଭବନର ଉଦଘାଟନ କଲେ ପିଏମ ମୋଦି

ନୂଆଦିଲ୍ଲୀ, 17 ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟରେ ସୁରଟ ଏୟାରପୋର୍ଟରେ ନୂଆ ଏକୀକୃତ ଟର୍ମିନାଲ ଭବନର ଉଦଘାଟନ କରିଛନ୍ତି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ । ଟର୍ମିନାଲ ଭବନ ବ୍ୟସ୍ତ ସମୟରେ 1ଶହ ଘରୋଇ ଯାତ୍ରୀ ଓ 6ଶହ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ସମ୍ଭାଳିବାର କ୍ଷମତା ରହିଛି । ବ୍ୟସ୍ତବହୁଳ ସମୟରେ କ୍ଷମତାକୁ 3ହଜାର ଯାତ୍ରୀ ଯାଏ ବୃଦ୍ଧି କରିବାର ପ୍ରାବଧାନ ରହିଛି । ଏହାର ବାର୍ଷିକ ପ୍ରବନ୍ଧନ କ୍ଷମତା 55ଲକ୍ଷ ଯାତ୍ରୀ ରହିଛି ।
ଏହି ଟର୍ମିନାଲ ଭବନ ସୁରଟ ସହରର ପ୍ରବେଶ ପଥରେ ରହିଛି । ଏଥିପାଇଁ ସ୍ଥାନୀୟ ସଂସ୍କୃତି ଓ ଐତିହ୍ୟ ସହ ଏହାକୁ ଡିଜାଇନ କରାଯାଇଛି ।

Show More

Related Articles

Back to top button