Breaking PLUSଦେଶମୁଖ୍ୟ ଖବର

ସୁକୁମାରେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, ଜଣେ ଯବାନ ସହିଦ

ରାୟପୁର, 17 ଡିସେମ୍ବର – ଛତିଶଗଡର ସୁକୁମାରେ ରବିବାର ସକାଳେ ଜଗରଗୁନ୍ଦା ଥାନା ଅଞ୍ଚଳରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ ସିଆରପିଏଫର ସବ ଇନସପେକ୍ଟର ସୁଧାକର ରେଡ୍ଡୀ ସହିଦ ହୋଇଛନ୍ତି । ସେହିପରି ଜଣେ କନଷ୍ଟେବଳ ରାମୁ ଗୋଲି ଆହତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ରେଡ୍ଡି ଦୁଃଖ ପ୍ରକାଶ କରିଛନ୍ତି ।
ଆଜି ସକାଳେ ଜଗରଗୁନ୍ଦା ଅନ୍ତର୍ଗତ କ୍ୟାମ୍ପରୁ ସିଆରପିଏଫ 165ବି ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଏହି ସମୟରେ ମାଓବାଦୀ ଓ ସୁରକ୍ଷାବଳ ଭିତରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ସୁଧାକର ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।

Show More

Related Articles

Back to top button