Breaking PLUSଦେଶମୁଖ୍ୟ ଖବର
ଗୁଜରାଟରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ମୋଦି ସରକାର ଉପରେ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ଦହୋଦ-ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁରୁବାର ଗୁଜରାଟରେ ପହଂଚିଥିଲା । ଦାହୋଦ ଜିଲ୍ଲାର ଝାଲୌଦରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଯାତ୍ରାର ସ୍ୱାଗତ କରିଥିଲେ । ରାହୁଲ ଲୋକଙ୍କୁ ସମ୍ବୋଧିତ କରି କେନ୍ଦ୍ରର ମୋଦି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଉଦ୍ୟମ କରିଥିଲେ ।
ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁଜରାଟରେ ପ୍ରବେଶ କରିବା ପରେ ରାହୁଲ ଗାନ୍ଧୀ ଝାଲୌଦରେ ସଭା କରିଥିଲେ । ସଭାରେ ରାହୁଲ କହିଥିଲେ ଯେ, ପୁଣି ଥରେ ସେ ଜାତିଭିତ୍ତିକ ଜନଗଣନା ଦାବି କରିଥିଲେ । ଜାତିଭିତ୍ତିକ ଜନଗଣନାରୁ ଏହା ଜଣାପଡିବ ଯେ, କାହା ହାତରେ କେତେ ଧନ ଅଛି, କେଉଁ ସଂସ୍ଥାରେ କିଏ ଅଛି, ବଜେଟରେ ଭାଗ କେବେ, ଦଳିତଙ୍କୁ ବି ଜଣାପଡିବ ସେମାନଙ୍କ ଭାଗ କେତେ ରହିଛି