Breaking PLUSଦେଶମୁଖ୍ୟ ଖବର

ରାୟପୁର ରେଲୱେ ଷ୍ଟେସନରେ ଲାଗିଲା ନିଆଁ

ରାୟପୁର- ଛତିଶଗଡର ରାଜଧାନୀ ରାୟପୁର ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର 7ରେ ଥିବା ଦୁଇଟି ଦୋକାନରେ ବୁଧବାର ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଛି । ନିଆଁରେ ଦୁଇଟିଯାକ ଦୋକାନ ଜଳି ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏଥିରେ କୌଣସି ମାନବୀୟ କ୍ଷୟକ୍ଷତି ହୋଇନାହିଁ ।
ଆରପିଏଫ ମୁତାବକ ପ୍ଲାଟଫର୍ମ ନମ୍ବର 7 ସ୍ଥିତ ଦେବଭୋଗ ମିଲ୍କ ପାର୍ଲର ଓ ଗୋଟିଏ ଚା ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଦୁଇଟି ଯାକ ଦୋକାନ ଜଳି ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି ।

Show More

Related Articles

Back to top button