Breaking PLUSଦେଶମୁଖ୍ୟ ଖବର
ସୁପ୍ରିମକୋର୍ଟରେ କେଜରିୱାଲଙ୍କ ମାମଲାର ଶୁଣାଣି, ଏପ୍ରିଲ 29ରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ

ନୂଆଦିଲ୍ଲୀ: ପୁଣି କେଜ୍ରିୱାଲଙ୍କୁ ଝଟକା। ଜାମିନ ପାଇଁ ଆବେଦନ ହୋଇଥିଲେ ମଧ୍ୟ ଆଶ୍ୱସ୍ତି ମିଳିପାରୁନାହିଁ। ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି। ଇଡ଼ିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏପ୍ରିଲ ୯ରେ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଏହି ଆବେଦନ ଉପରେ ବିଚାର କରି ପରବର୍ତ୍ତୀ ଶୁଣାଣି ୨୯ ଏପ୍ରିଲରେ କରିବାକୁ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ୍ କରି ଜାବବ ରଖିବାକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯ରେ ହେବ।