Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱର ବିମାନବନ୍ଦରର ହେବ ଘରୋଇକରଣ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ତୃତୀୟ ଚରଣ ‘ବିମାନବନ୍ଦର ଘରୋଇକରଣ-୩.୦’ ଆରମ୍ଭ କରିବ। ମୋଟ ୧୩ଟି ବିମାନବନ୍ଦରର ଘରୋଇକରଣ ହେବ। ଓଡ଼ିଶାର ଭୁବନେଶ୍ୱର, ତ୍ରିଚି, ଇନ୍ଦୋର, ରାୟପୁର, ଅମୃତସର ଏବଂ ବାରାଣସୀ ଭଳି ବଡ଼ ବଡ଼ ବିମାନବନ୍ଦର ସହ ଅନ୍ୟ ୭ଟି ଛୋଟ ବିମାନବନ୍ଦରର ଘରୋଇକରଣ ହେବ। ଏଥିସହ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ବିମାନବନ୍ଦରରେ ଥିବା ଏଏଆଇର ଅବଶିଷ୍ଟ ଅଂଶଧନ ବିକ୍ରି ହେବ।


