Breaking PLUSଦେଶମୁଖ୍ୟ ଖବର

ପିଏମ ଆବାସ ଯୋଜନାର ଅନୁଦାନ ରାଶି ବୃଦ୍ଧି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁଦାନ ରାଶି ବୃଦ୍ଧି କରାଯାଇଛି। ଏଣିକି ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା । ପୂର୍ବରୁ ପିଏମ ଆବାସ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଥିଲା ।

ଏ ନେଇ ଖୁବଶୀଘ୍ର ନିର୍ଦେଶାବଳୀ ଆସିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହିତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଆଇନ(ଏମଜିଏନଆରଇଜିଏ)କୁ ମିଶାଇଲେ ପିଏମ ଆବାସରେ ହିତାଧିକାରୀଙ୍କୁ ମୋଟ ୨ ଲକ୍ଷ ଟଙ୍କା ମିଳିବ। ସେହିପରି ଶୌଚାଳୟ ନିର୍ମାଣ ଅନୁଦାନ ରାଶି ବି ବୃଦ୍ଧି କରାଯିବ। ପୂର୍ବରୁ ଶୌଚାଳୟ ପାଇଁ ୧୨ ହଜାର ମିଳୁଥିଲା। ମାତ୍ର ଏଣିକି ୨୦ ହଜାର ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button