Breaking PLUSଓଡ଼ିଶାମୁଖ୍ୟ ଖବର

ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା- ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର  । ବେତନଟୀ ଥାନା କାଠପାଳ ଚେକ୍‌ଡ୍ୟାମ୍‌ରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡ଼ି ୨ ଆଇଟିଆଇ ଛାତ୍ରଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି । ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର ଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି। ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଛି। ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର ଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି। ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିଲେ। ଛାତ୍ରଦ୍ବୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଓ କରଞ୍ଜିଆ ତାଟୋ ଅଞ୍ଚଳର ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର। ଉଭୟ ହଷ୍ଟେଲରେ ରହି ପାଠପଢୁଥିବା ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button