Breaking PLUSଦେଶମୁଖ୍ୟ ଖବର

ପୁଣି ବଢିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର

ଭୁବନେଶ୍ୱର- ଅକ୍ଟୋବର ମାସ ଆରମ୍ଭରୁ ପୁଣି ବଢିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର। ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଛି । ଆଜିଠାରୁ ଦେଶରେ ଏହି ଦର ଲାଗୁ ହୋଇଛି। ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଦର ବଢିବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଗ୍ୟାସ୍ ଉପଲବ୍ଧ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button