Breaking PLUSଓଡ଼ିଶାମୁଖ୍ୟ ଖବର

ରାସ୍ତା ଉପରେ ଜଣେ ଯୁବକଙ୍କୁ ହାଣିଦେଲେ ଦୁଇ ଭାଇ

ଭୁବନେଶ୍ୱର- ସୁନ୍ଦରଗଡ଼ ଜିଲା ସଦର ଥାନା ରତନପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ଉପରେ ଜଣେ ଯୁବକଙ୍କୁ ହାଣିଲେ ଦୁଇ ଭାଇ। ସାମାନ୍ୟ ବଚସାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା ପରେ ଉତ୍ତ୍ୟେକ୍ତ ଦୁଇ ଭାଇ ସଂପୃକ୍ତ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ମନୋଜ ସା ବୋଲି ଜଣାପଡ଼ିଛି। ଘଟଣାପରେ ଅଭିଯୁକ୍ତ ଦୁଇ ଭାଇ ଫେରାର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଜଣଙ୍କ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button