Breaking PLUSଓଡ଼ିଶାମୁଖ୍ୟ ଖବର

ଫୁଟପାଥରୁ ଦୀପ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ

ଫୁଟପାଥରୁ ଦୀପ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ । ମୁଖ୍ଖ୍ୟୟମନ୍ତ୍ରୀ ମୋହନ ଚରଣ ମାଝୀ  ଗୁରୁବାରଠାରୁ ୨ ଦିନିଆ କେନ୍ଦୁଝର ଗସ୍ତ ଯାଉଛନ୍ତି। ଏହା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ୟୁନିଟ୍ ୧ ମାର୍କେଟ ଆସିଥିଲେ । ସେଠାରେ ଫୁଟପାଥ୍‌ରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ।  ପତ୍ନୀଙ୍କ ସହ ଦୀପ କିଣିବା ସହ ବିଭିନ୍ନ ଦୀପ ଦୋକାନ ମଧ୍ୟ ବୁଲିଥିଲେ ।

ଏନେଇ ମୁଖ୍ୟମନ୍ତ୍ରୀ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଦୀପାବଳି ଅବସରରେ ୧ ନଂ ହାଟ ପାଖ ଫୁଟ୍ ପାଥରୁ ଦୀପାବଳି ପାଇଁ ଦୀପ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିଲି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର ପାଇଁ ଆମେ ସମସ୍ତେ ପ୍ରୟାସ କରୁଛନ୍ତି। ଯାହାକି ‘ଭୋକାଲ ଫର ଲୋକାଲ’ ଲକ୍ଷ୍ୟ ପୂରଣ ସହ ଆମ କାରୀଗରଙ୍କ ଆର୍ଥିକ ଉନ୍ନତିକୁ ସୁନିଶ୍ଚିତ କରୁଛି।

Show More

Related Articles

Back to top button