Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ପଞ୍ଚକ ବ୍ରତ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ପଞ୍ଚକ ବ୍ରତ ଆରମ୍ଭ । ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଟାଉନ୍ ଥାନାଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି। ସିଂହଦ୍ବାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକରୁ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ‘ନୋ ଭେଇକିଲ୍‌ ଜୋନ’ କରାଯାଇଛି।

ମନ୍ଦିର ଭିତରେ ଚାଲିଥିବା ଠାକୁରଙ୍କ ନୀତିକାନ୍ତି ଏବଂ ଦର୍ଶନ ବନ୍ଦ ସମ୍ପର୍କରେ ଅପେକ୍ଷାରତ ଭକ୍ତଙ୍କୁ ସୂଚନା ଦିଆଯିବ। ସୁରକ୍ଷା ଦାୟିତ୍ବରେ ୪୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ତଦାରଖ ପାଇଁ ୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୧୪ ଉପଆରକ୍ଷୀ ଅଧୀକ୍ଷକ, ୩୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି। ପୌର ସଂସ୍ଥା ପକ୍ଷରୁ ଭକ୍ତଙ୍କ ପାଇଁ ମରିଚିକୋଟ ଛକରେ ଅସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ ଖୋଲାଯାଇଛି। ମନ୍ଦିର ପ୍ରଶାସନ ତରଫରୁ ଚାରିଦ୍ୱାର ସମ୍ମୁଖରେ ମାଗଣା ଜୋତା ଷ୍ଟାଣ୍ଡ ରହିଛି। ଶ୍ରଦ୍ଧାଳୁଙ୍କ ସହାୟତା ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯାଇଛି। ଭିଡ଼କୁ ଦୃ‌ଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ସାଧା ପୋଷାକଧାରୀ ପୁଲିସ୍ ମୁତୟନ କରାଯାଇଛି।

Show More

Related Articles

Back to top button