Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କଲା ପ୍ରଶାସନ

ବାଲେଶ୍ବର : ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ | ଅରଡ ବଜାର ଠାରୁ ଆରମ୍ଭ କରି ପରିବା ମାର୍କେଟ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି |ଆସନ୍ତାକାଲି ରାତି ୧୦ ଟା ଯାଏଁ ସେହି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ|ରେଳ ଲାଇନ ସଂପ୍ରସାରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି |ହରିପୁର ଠାରୁ ଦର୍ଜିପୋଖରୀ ଯାଏଁ ଏବଂ କସମିଳା ଠାରୁ ଫୁଲାଡି ଯାଏଁ କର୍ଫ୍ୟୁ ଜାରି କରାଯାଇଛି |ନୂଆବଜାର ରେ ଥିବା ରେଳ ଫାଟକ ଓ ନୂଆ ବଜାର ରେ ଥିବା ପଡ଼ିବ ମାର୍କେଟରେ ମଧ୍ୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି ହୋଇଛି |

Show More

Related Articles

Back to top button