Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ- ପିଏମ ମୋଦି

ରାଜ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା’ ସମ୍ମେଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି।

‘ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା’ ସମ୍ମେଳନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଛନ୍ତି ଯେ, ଭାରତ ଆଜି ଦ୍ରୁତ ଗତିରେ ଅଗ୍ରସର ହେଉଛି। ଖୁବଶୀଘ୍ର ଦେଶ ୫ ଟ୍ରିଲିୟନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ। ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି। ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ ଓ ଚାଲିବାକୁ ହେବ। ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି। ଓଡ଼ିଶା ଖୁବଶୀଘ୍ର ଉତ୍କର୍ଷ ଛୁଇଁବ।

ସେ କହିଛନ୍ତି ଯେ, ମୋ ଡ଼ିଏନରେ ଓଡ଼ିଶା ଅଛି । ଜାନୁଆରୀ ମାସରେ ହିଁ ଓଡିଶାକୁ ମୋର ଏହା ଦ୍ୱିତୀୟ ଗସ୍ତ । କିଛି ଦିନ ତଳେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆସିଥିଲି । ଉତ୍କର୍ଷ ଓଡ଼ିଶାର ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ପୁଞ୍ଜି ନିବେଶ ସମ୍ମିଳନୀ । ପୂର୍ବ ଅପେକ୍ଷା ୫ ଗୁଣ ଅଧିକ ପୁଞ୍ଜିନିବେଶକାରୀ ଯୋଗ ଦେଇଛନ୍ତି । ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି । ଦେଶର ବିକାଶରେ ପୂର୍ବ ଭାରତ ଗ୍ରୋଥ ଇଞ୍ଜିନି । ଓଡ଼ିଶାର ଭୂମିକା ସେଥିରେ ଗୁରୁତ୍ୱପୂର୍ଣ୍ଣ । ଇତିହାସ କହୁଛି ଓଡ଼ିଶା ଟ୍ରେଡ଼ ହବ ଥିଲା । ସାଉଥ ଇଷ୍ଟ ଏସିଆର ପ୍ରମୁଖ  ବ୍ୟବସାୟ କେନ୍ଦ୍ର ଥିଲା ଓଡିଶା । ଓଡିଶା ଥିଲା ବ୍ୟବସାୟର ଗେଟ ୱେ। ଓଡିଶା ତାର ଅତୀତର ଗୌରବକୁ ପୁଣି ଥରେ ପୁନଃ ନିର୍ମାଣ କରୁଛି । ଓଡିଶାରେ ସମ୍ଭାବନାର ଦ୍ୱାର ଖୋଲୁଛି । ସମସ୍ତ ନିବେଶକଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ଏହି ସମୟ ପ୍ରକୃତ ସମୟ । ଓଡିଶା ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ । ଏହା ମୋଦି ଗ୍ୟାରେଣ୍ଟି । ଓଡିଶାରେ ନୂଆ ଭାରତ ନିର୍ମାଣର ପ୍ରର୍ଯ୍ୟାପ୍ତ ସମ୍ଭାବନା ରହିଛି । ଓଡ଼ିଶାବାସୀଙ୍କ କୌଶଳ, ପରିଶ୍ରମ ଓ ସଚ୍ଚୋଟତା ମୁଁ ଗୁଜରାଟରେ ଅନୁଭବ କରିଛି । ଖୁବଶୀଘ୍ର ଓଡ଼ିଶା ଏତେ ଉଚ୍ଚ ଶିଖରରେ ପହଁଚିବ ଯେ କେହି କେବେ କଳ୍ପନା କରିନଥିବେ । ନିବେଶକ ମାନଙ୍କ ପାଇଁ ଦେଶରେ ଆଗୁଆ ରାଜ୍ୟ ଭିତରେ ଓଡ଼ିଶା ଏକ ନମ୍ବର । ଭାରତର ଟ୍ରେଣ୍ଡ ବଦଳୁଛି । ଓଡ଼ିଶାରେ ଯେଉଁ ସମ୍ପଦ ଅଛି ସେହି କ୍ଷେତ୍ରର ଶିଳ୍ପ ଓଡ଼ିଶାରେ ହେଉ ତାହା ପାଇଁ ଆମ ସରକାର କାମ କରୁଛି । ସମୟର ଓ ନିଜର ଆବଶ୍ୟକତା ଅନୁଯାୟୀ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ । ରିନେବୁଲ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନକୁ ନେଇ ଓଡ଼ିଶାରେ ପର୍ଯ୍ୟାପ୍ତ ସମ୍ଭାବନା ଅଛି । ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ପାଇଁ ବି ସମ୍ଭାବନା ରହିଛି । ଓଡିଶାରେ ଶିଳ୍ପର ଲଜିଷ୍ଟିକ ଦାମ କମ କେମିତି ହେବ ସେଥିପାଇଁ ନୂଆ ପୋର୍ଟ ନିର୍ମାଣ କରାଯାଉଛି । ବ୍ଲୁ-ଇକୋନୋମିରେ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ ହେବ ଓଡ଼ିଶା । ଯେଉଁ କ୍ଷେତ୍ରରେ ରହିଛନ୍ତି ସେହି କ୍ଷେତ୍ରର ଅଣୁ କ୍ଷୁଦ୍ର ଉଦ୍ୟୋଗ ଓ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ କରନ୍ତୁ । ଶିଳ୍ପପତି ଓ ଓଡିଶା ସରକାର ମିଳିତ ଭାବେ ଏଠି ଏକ ଆଧୁନିକ ଇକୋ ସିଷ୍ଟମ ପ୍ରସ୍ତୁତ କରନ୍ତୁ । ଏଠିକାର ଯୁବକଙ୍କୁ ଓଡ଼ିଶାରେ ହିଁ ନିଯୁକ୍ତି ଦିଅନ୍ତୁ । ଓଡିଶା ସଶକ୍ତ ହେବ, ସମୃଦ୍ଧ ହେବ ଓ ଉତ୍କର୍ଷ ହେବ । ଓଡିଶା ପର୍ଯ୍ୟଟନର କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତକୁ ବୁଝିବାକୁ ହେଲେ ଓଡ଼ିଶାକୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର୍ଯ୍ୟଟନ, ସମୁଦ୍ରକୁ ଦେଖିବାକୁ ହେବ । ଜି ୨୦ ସମ୍ମିଳନୀରେ ଆମେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ରକୁ ସ୍ଥାନିତ କରିଥିଲୁ । ଓଡ଼ିଶାର ପ୍ରାକୃତିକ ସୁନ୍ଦରତା ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ ଉତ୍କୃଷ୍ଟ । କନଭେସନ ଟୁରିଜିମି ପାଇଁ ଓଡ଼ିଶାରେ ବି ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଆସନ୍ତା ମାସରେ ପ୍ରଥମ ଥର ପାଇଁ ଭାରତରେ ଅଡ଼ିଓ ଭିଜୁଆଲ ସମିଟ ହେବ । ଓଡ଼ିଶାରେ ବି ଏଥିପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ବିକଶିତ ଭାରତରେ ଓଡ଼ିଶାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । କେନ୍ଦ୍ର ସରକାର ଆପଣଙ୍କ ସହ ଛିଡା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ଓଡ଼ିଶା ୩୦ ଥର ଆସି ସାରିଛି । ସ୍ୱାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ମିଶିକି ଯେତିକି ଥର ଓଡିଶା ଆସି ନାହାନ୍ତି ମୁଁ ଏକା ତାଠୁ ଅଧିକ ଆସିଛି । ଏହା ହିଁ ଆପଣମାନଙ୍କ ଭଲ ପାଇବା ବୋଲି ମୋଦି କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button