Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୀ ଜିଲ୍ଲା କଣାସରେ ଥମୁନି ଝାଡାବାନ୍ତି ଆତଙ୍କ
ପୁରୀ: ପୁରୀ ଜିଲ୍ଲା କଣାସରେ ଥମୁନି ଝାଡାବାନ୍ତି ଆତଙ୍କ। ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୫ ଜଣଙ୍କର ଜୀବନ ଗଲାଣି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ଲୋକ ଏବେ ବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେପଟେ ଏହି ଘଟଣାକୁ ନେଇ ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି କଣାସରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ଦୁଇ ଜଣ ନୂଆ ରୋଗୀ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନୂଆ ମାମଲା ଆସିନି। ଝାଡାବାନ୍ତିରେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଜଣଙ୍କର ମୃତ୍ୟୁ ହଇଜା ଜନିତ ବୋଲି ସ୍ପଷ୍ଟ ହୋଇଛି । ବାକି ଚାରି ଜଣଙ୍କ ରିପୋର୍ଟ ଆସିନି।