Breaking PLUSଦେଶମୁଖ୍ୟ ଖବର
ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଭୋଟ୍ ଦେଉଛି ଦିଲ୍ଲୀ। ସକାଳ ୭ଟାରୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସମସ୍ତ ୭୦ ଆସନରେ ଭୋଟିଂ ଜାରି ରହିଛି। ତେବେ ଦିଲ୍ଲୀ ନିର୍ବାଚନ ପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳ ପାଖାପାଖି ୮ଟା ୩୦ ମିନିଟରେ ରାଷ୍ଟ୍ରପତି ଭବନରୁ ବାହାରି ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ଭୋଟିଂ କେନ୍ଦ୍ରରେ ପହଞ୍ଚି ସେ ତାଙ୍କର ବହୁ ମୂଲ୍ୟ ମତଦାନ ସାବ୍ୟସ୍ତ କରିଥିଲେ।