Breaking PLUSଦେଶମୁଖ୍ୟ ଖବର
ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତି ଜାରି

ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଭାଗଲପୁରରୁ ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତିର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ସାରା ଦେଶରେ ୯୮ ନିୟୁତରୁ ଅଧିକ କୃଷକ ଉପକୃତ ହେବେ । ଏଥର ୧୯ତମ କିସ୍ତିରେ ୨୨ ହଜାର କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଏଥିରେ ବିହାରର ୭.୬ ନିୟୁତ କୃଷକ ଅଛନ୍ତି, ଯେଉଁମାନଙ୍କ ଖାତାକୁ ପ୍ରାୟ ୧୬୦୦ କୋଟି ଟଙ୍କା ପ୍ରେରଣ କରାଯାଇଛି ।


